logo

ଆନନ୍ଦପୁର ଓକିଲ ସଂଘର ନିର୍ବାଚନ ସଭାପତି ଚିତ୍ତରଞ୍ଜନ ଦାଶ ଓ ସମ୍ପାଦକ ଭଗବାନ ମଲ୍ଲିକ୍ ନିର୍ବାଚିତ

ଆନନ୍ଦପୁର ଓକିଲ ସଙ୍ଘର ନିର୍ବାଚନ ୩୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ, ସମ୍ପାଦକ ଭାବେ ଭଗବାନ ମଲ୍ଲିକ୍ ଓ କୋଷାଧ୍ଯକ୍ଷ ଭାବେ ଅମୀୟ ଭୂଷଣ ଜେନା ନିର୍ବାଚିତ ହୋଇଥିବା ଜଣାଯାଇଛି ସଭାପତି ପଦ ପାଇଁ ତୀବ୍ର ପ୍ରତିଦ୍ଵନ୍ଦିତା ହୋଇଥିବା ବେଳେ ଚିତ୍ତରଂଜନ ଦାଶ ୮୨ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ତଥା ପୂର୍ବତନ ସଭାପତି ଦୟାନିଧି ଦାଶ ୮୧ଖଣ୍ଡ ପାଇଥିଲେ। ଯାହାଫଳରେ ଗୋଟିଏ ଭୋଟରେ ବିଜୟୀ ହୋଇ ସଭାପତି ଭାବେ ନିର୍ବାଚିତ ଚିତ ହୋଇଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ଆଇନଜୀ ଭଗବାନ ମଲ୍ଲିକ୍‌ ଖଣ୍ଡ ୧୦୭ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିହହୀ ଭୁବନେଶ୍ୱ ଜେନା ମାତ୍ର ୫୬ଖଣ୍ଡ ଭୋଟ ପାଇଥିଲେ । ଫଳରେ ଭଗବାନ ମଲ୍ଲିକ୍ ୫୧ଖଣ୍ଡ ଭୋଟରେ ବିଜୟୀ ହୋଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ପଦରେ ଅମୀୟ ଭୂଷଣ ୯୩ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦୀ ଅଶୋକ କୁମାର ରାଉଳ ୬୮ଖଣ୍ଡ ଭୋଟ ପାଇଥିଲେ। ଫଳରେ ଅମୀୟ ଭୂଷଣ ଜେନା ୨୫ଖଣ୍ଡ ଭୋଟରେ ବିଜୟୀ ହୋଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ସମସ୍ତ ପଦ ଗୁଡ଼ିକରେ ପ୍ରାର୍ଥୀମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବାର ସୂଚନା ମିଳିଛି। ଶନିବାର ସକାଳ ୮ଘଟିକା ଠାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ମତଦାନ ଚାଲିଥିବା ବେଳେ ଅପରାହ୍ଣ ୪ଘଟିକା ଠାରୁ ଭୋଟ ଗଣତି ଆରମ୍ଭ ହୋଇ ଅପରାହ୍ନ ଘ୫:୩୦ମି. ଶେଷ
ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରାମଚନ୍ଦ୍ର ପାତ୍ର, ସହ-ନିର୍ବାଚନ ଅଧିକାରୀ ଭାବେ ଜିତେନ୍ଦ୍ର ଦାଶ, ପ୍ରଶାନ୍ତ କୁମାର ମହାନ୍ତି, ହରିହର ଧଡ଼ା ନିର୍ବାଚନ କାର୍ଯ୍ୟ ତୁଲାଇଥିବା ବେଳେ ମତଦାତାଙ୍କ ମଧ୍ୟରୁ ୧୬୭ଜଣ ଭୋଟ ଦେଇଥିବାର ଜଣାଯାଇଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଆନନ୍ଦପୁର ଓକିଲ ସଙ୍ଘର ଆଇନଜୀବୀମାନେ ଶୁଭେଚ୍ଛା ଜଣାଇଥିବାର ଦେଖାଯାଇଛି ।

0
0 views